ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କ ସହ ଏକ ଭର୍ଚୁଆଲ୍ ମିଟିଂ କରିଛନ୍ତି। ଏହି ମିଟିଂରେ ପିଏମ ମୋଦୀ ଭାରତର କୃଷକଙ୍କଠାରୁ ଆରମ୍ଭ କରି ତଥ୍ୟ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଟେକ୍ନୋଲୋଜି ମାଧ୍ୟମରେ କିଭଳି ଭାରତର କୃଷକ, ଯୁବକ ଏବଂ ଉଦ୍ୟୋଗୀଙ୍କ ଜୀବନ ବଦଳାଇବା ହେବ ସେନେଇ ସୁନ୍ଦର ପିଚାଇଙ୍କ ସହ ଆଲୋଚନା କରିଛନ୍ତି ମୋଦୀ ।
ଏହାଛଡ଼ା କରୋନା ସମୟରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଚାଲେଞ୍ଜ, ତଥ୍ୟ ସୁରକ୍ଷା, ସାଇବର ସୁରକ୍ଷା ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।
ଗୁଗୁଲର ସଫଳତା ତଥା ଏଜୁକେସନ, ଡିଜିଟାଲ ଇଣ୍ଡିଆ, ଡିଜିଟାଲ ପେମେଣ୍ଟ ସେକ୍ଟରକୁ ଆଗକୁ ବଢ଼ାଇବା ପାଇଁ ଗୁଗୁଲ ଯେଉଁ ପଦକ୍ଷେପ ନେଇଛି ସେଥିପାଇଁ ମଧ୍ୟ ପିଏମ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।