ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଲକ୍‌ଡାଉନ୍‌
  • ରାଉରକେଲା ମହାନଗର ବି ଲକ୍‌ଡାଉନ୍‌
  • ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ ଯାଏ ତାଲାବନ୍ଦ
  • ଅତ୍ୟାବଶ୍ୟକ ସେବା ଜାରି ରହିବ
  • ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲା ରହିବ ପରିବା, ଗ୍ରୋସରୀ ଓ କ୍ଷୀର ଦୋକାନ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ଟି ଜିଲ୍ଲା ଏବଂ ଗୋଟିଏ ମହାନଗର ନିଗମରେ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ।

ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରିବା, ଗ୍ରୋସରୀ ଏବଂ କ୍ଷୀର ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଅପିଲ କରିଛନ୍ତି। କଟକଣା ନମାନିଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ‘‘କରେନା ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହେଲେ ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ସମେତ ରାଉରକେଲା ମହାନଗରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଜିଲ୍ଲାପାଳ ଏବଂ ପୌରାଞ୍ଚଳ କର୍ତ୍ତୃପକ୍ଷ ବିଭିନ୍ନ କଟକଣା ଜାରି କରିଛନ୍ତି। ହେଲେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଜିଲ୍ଲାଗୁଡ଼ିକରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।’’

CGU newଏହି ଲକ୍‌ଡାଉନ୍‌ ବେଳେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସ ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଜରୁରୀ ଅଫିସ ଖୋଲାରହିବ। ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ। ପାନୀୟ ଜଳ, ବିଦ୍ୟୁତ, ପରିମଳ କର୍ମଚାରୀମାନେ ଯିବା ଆସିବା କରିପାରିବେ। ପେଟ୍ରୋଲ ପମ୍ପ, ଔଷଧ ଦୋକାନ ମଧ୍ୟ ଖୋଲା ରହିବ।

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ଉପରେ କୌଣସି କଟକଣା ନାହିଁ। ହୋମଡେଲିଭରି କରୁଥିବା ସଂସ୍ଥା ଏବଂ ଇ-କମର୍ସ ସେବା ଚାଲୁ ରହିବ। ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ଅଫିସ ବି ଖୋଲା ରହିବ। ଓଲା, ଉବେର କେବଳ ରେଳ ଷ୍ଟେସନ, ଏୟାରପୋର୍ଟ ଏବଂ ବସ୍‌ ଷ୍ଟାଣ୍ଡକୁ ଯିବା ଆସିବା କରିପାରିବ। ମେଡିକାଲ ଓ ପାରାମେଡିକାଲ କର୍ମଚାରୀ ଲକ୍‌ଡାଉନ୍‌ ସମୟରେ ଯିବା ଆସିବା କରିପାରିବେ।

Comment