ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ଥେରାପି। ଆଇସିୟୁରେ ଥିବା ଜଣେ କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତିକୁ ବ୍ୟବହାର କରାଯାଇଛି। ଏହି ଚିକିତ୍ସା ତାଙ୍କ ପାଖରେ ବ୍ୟବହାର କରାଯିବା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି।

ଗତକାଲି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ସାହାଯ୍ୟରେ ପ୍ଲାଜମା ଥେରାପିକୁ ଉଦଘାଟନ କରିଥିଲେ। ଏହାପରେ ଆଜିଠୁ ଏହାକୁ ରୋଗୀଙ୍କ ପାଖରେ ଉପଯୋଗ କରାଯାଇଛି। ଏହି ଚିକିତ୍ସା ପଦ୍ଧତି ଦ୍ୱାରା ଗୁରୁତର କରୋନା ରୋଗୀମାନେ ସୁସ୍ଥ ହୋଇପାରିବେ ବୋଲି କୁହାଯାଉଛି।CGU new

କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ଶରୀରରୁ ପ୍ଲାଜମା ଆଣି ଏହାକୁ ଗୁରୁତର କରୋନା ରୋଗୀଙ୍କ ଦେହରେ ଦିଆଗଲେ ସେମାନେ ସହଜରେ ଆରୋଗ୍ୟ ଲାଭ କରିପାରିବେ ବୋଲି ଡାକ୍ତରମାନେ କହିଛନ୍ତି। ଓଡ଼ିଶା ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ମଧ୍ୟ ଏହି ଚିକିତ୍ସା ପଦ୍ଧତିକୁ କରୋନା ମୁକାବିଲା କରିବା ଦିଗରେ ବ୍ୟବହାର କରାଯାଉଛି।

Comment