ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona test 1

 

  • ରାଜ୍ୟରୁ ପୁଣି ୭୧୮ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନରୁ ୪୭୯, ସ୍ଥାନୀୟ ଅଞ୍ଚଳରୁ ୨୩୯ ପଜିଟିଭ୍ ଚିହ୍ନଟ
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୧୧୦କୁ ବୃଦ୍ଧି

ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୪ଟି ଜିଲ୍ଲାରୁ ୭୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନରୁ ୪୭୯ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

CGU new

ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୁଳରୁ ଓ ବାଲେଶ୍ଵରରୁ ୯ ଜଣ ଲେଖାଏଁ, ଭଦ୍ରକରୁ ୪ ଜଣ, କଟକରୁ ୩୨ ଜଣ, ଢ଼େଙ୍କାନାଳରୁ ୬ ଜଣ, ଗଜପତିରୁ ୨୧ ଜଣ, ଜଗତସିଂହପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କନ୍ଧମାଳରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେଉଁଝରରୁ ୨୮ ଜଣ ଏବଂ ଖୋର୍ଦ୍ଧାରୁ ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟରୁ ୨୭, ମାଲକାନଗିରିରୁ ୫୪, ମୟୁରଭଞ୍ଜରୁ ୨୨, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୩, ପୁରୀରୁ ୯ ଏବଂ ରାୟଗଡ଼ାରୁ ୧୯ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦କୁ ବୃଦ୍ଧି ହୋଇଥିବା ବେଳେ ସେଥିମଧ୍ୟରୁ ୧୦,୮୭୭ ଜଣ ସୁସ୍ଥ ହୋଇଥିବାବେଳେ ୫୧୨୪ଟି ଆକ୍ଟିଭ୍ କେସ୍ ରହିଛି।

Comment