ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona recovered

କରୋନାରୁ ସୁସ୍ଥ ହେଲେ ଆଉ ୬୦୮ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୧୧,୯୩୮ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୭୯ ଜଣ ରହିଛନ୍ତି। ସେହିପରି ଯାଜପୁରରୁ ୮୪, ଖୋର୍ଦ୍ଧାରୁ ୫୦, କଟକରୁ ୪୨, କେଉଁଝରରୁ ୨୩, ମାଲକାନଗିରିରୁ ୨୧, ପୁରୀରୁ ୧୫, ସୁନ୍ଦରଗଡ଼ରୁ ୧୫, ମୟୁରଭଞ୍ଜରୁ ୧୨, ବରଗଡ଼ରୁ ୧୧, କୋରାପୁଟରୁ ୯ ଲେଖାଏଁ ସୁସ୍ଥ ହୋଇଛନ୍ତି।

CGU new

ସେହିପରି କନ୍ଧମାଳରୁ ୮, ଜଗତସିଂହପୁରରୁ ୭, ଅନୁଗୁଳ, ବାଲେଶ୍ୱର ଓ ନବରଙ୍ଗପୁରରୁ ୬ ଲେଖାଏଁ, ଭଦ୍ରକରୁ ୫, ଗଜପତିରୁ ୩, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୨ ଲେଖାଏଁ ଏବଂ ଢ଼େଙ୍କାନାଳରୁ ଜଣେ ସୁସ୍ଥ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୧,୯୩୮ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ଟପିଲାଣି।

Comment