ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ, ଭୁବନେଶ୍ୱର ଅଧୀନରେ ମେଡିକାଲ ଅଫିସର, ଷ୍ଟାଫ୍ ନର୍ସ, ଅଫିସ୍ ଏକ୍ସିକ୍ୟୁଟିଭ୍ ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଅଗଷ୍ଟ ୪ ଯାଏଁ ଚାଲୁରହିବ। ଏହି ନିଯୁକ୍ତି ସଂପୂର୍ଣ୍ଣରୂପେ ଚୁକ୍ତିଭିତ୍ତିକ।
ପଦବୀ:
- ମେଡିକାଲ ଅଫିସର- ୨ଟି ପଦବୀ
- ଷ୍ଟାଫ୍ ନର୍ସ- ୨ଟି ପଦବୀ
- ପ୍ରୋଗ୍ରାମର- ଗୋଟିଏ ପଦବୀ
- ଏକାଉଣ୍ଟସ୍ ଏକ୍ସିକ୍ୟୁଟିଭ୍- ୪ଟି ପଦବୀ
- ଅଫିସ ଏକ୍ସିକ୍ୟୁଟିଭ୍- ୬ଟି ପଦବୀ
- ହେଲପର- ଗୋଟିଏ ପଦବୀ
- ସିଷ୍ଟମ ଇଣ୍ଟିଗ୍ରେଟର- ଗୋଟିଏ ପଦବୀ
- ଜେଆରଏଫ୍/ସିଆରଏଫ୍/Postdoc- ଗୋଟିଏ ପଦବୀ
- ଜେଆରଏଫ୍- ଗୋଟିଏ ପଦବୀ
ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ସମସ୍ତ ଶିକ୍ଷଗତ, ଅଭିଜ୍ଞତା ପତ୍ରର ସ୍କାନ କପି recruitment@iitbbs.ac.inକୁ ଇମେଲ୍ କରିପାରିବେ।
ଅଧିକ ସୂଚନା ପାଇଁ iitbbs.ac.inରେ କ୍ଲିକ୍ କରନ୍ତୁ।