ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ମୃତ ୭ ଜଣଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର ହୋଇଥିବା ବେଳେ ରାୟଗଡ଼ାରୁ ୨ ଜଣ, କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମରେ ମୃତ ୩ଜଣଙ୍କ ମଧ୍ୟରେ ୫୬, ୩୯ ଏବଂ ୫୫ ବର୍ଷିୟ ପୁରୁଷ ରହିଛନ୍ତି। ସେହିପରି ରାୟଗଡ଼ାରେ ଜଣେ ୭୨ ବର୍ଷିୟ ବୃଦ୍ଧ ଏବଂ ୩୧ ବର୍ଷିୟ ଯୁବକ ପ୍ରାଣ ହରାଇଛନ୍ତି। କଟକରେ ଜଣେ ୪୫ ବର୍ଷିୟ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରର ଜଣେ ୫ ବର୍ଷିୟ ଶିଶୁପୁତ୍ର ପ୍ରାଣ ହରାଇଛନ୍ତି।

ସେହିପରି କରୋନା ଆକ୍ରାନ୍ତ ହୋଇ ଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୫ରେ ପହଁଚିଛି। ଅନ୍ୟପଟରେ ଆଜି ରାଜ୍ୟରେ ପୁଣି ୨୮ ଜିଲ୍ଲାରୁ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here