ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡ଼ୁ): ଖୋର୍ଦ୍ଧାର ଶିଳ୍ପାଞ୍ଚଳ ଫାଣ୍ଡି ନିକଟସ୍ଥ ଗୋଶାଳା ପଡ଼ିଆରେ ଏକ ପରିତ୍ୟକ୍ତ ଘରୁ ମିଳିଛି ଏକ ଅର୍ଧଦଗ୍ଧ ମୃତଦେହ। ମିଳିଥିବା ଏହି ମୃତଦେହଟି ଜଣେ ଯୁବତୀଙ୍କର।

ତେବେ ପ୍ରଥମେ ପାଖ ଗ୍ରାମବାସୀ ଏବିଷୟରେ ଜାଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏପର୍ଯ୍ୟନ୍ତ ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଯୁବତାଙ୍କୁ ହତ୍ୟା କରିବା ପରେ ପୋଡ଼ାଯାଇଥିବାର ସନ୍ଦେହ କରାଯାଉଛି।

















