ଓଡ଼ିଶାଲାଇଭ ବ୍ୟୁରୋsushant-6

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସବୁଦିଗରୁ ତଦନ୍ତ ଚାଲିଛି। ଏହି ମାମଲାରେ କାହାର ହାତ ଥିବା ଏଯାଏଁ କିଛି ଜଣାପଡ଼ି ନାହିଁ। ସୋମବାର ଏଭଳି ସୂଚନା ଦେଇଛନ୍ତି ମୁମ୍ବାଇ ପୋଲିସ କମିସନର ପରମବୀର ସିଂ।

ଏହାଛଡ଼ା ସେ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। “ସୁଶାନ୍ତଙ୍କ ଆକାଉଣ୍ଟରେ ୧୮ କୋଟି ଟଙ୍କା ଥିଲା ଏବେ ୪.୫ କୋଟି ଟଙ୍କା ଅଛି। ତେବେ ଏତେ ଟଙ୍କା କାହା ଆକାଉଣ୍ଟକୁ ଯାଇଛି ତାହା ଜଣାପଡ଼ିନି’’, କହିଛନ୍ତି ପରମବୀର ସିଂ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏଯାଏଁ ୫୬ ଜଣଙ୍କର ବୟାନ ରେକର୍ଡ ହୋଇସାରିଲାଣି। ସୁଶାନ୍ତଙ୍କ ବାପା, ଭଉଣୀ, ଭିଣୋଇଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ବୋଲି କହିଛନ୍ତି ପରମବୀର ସିଂ।

Comment