ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଜାଣନ୍ତ, କେଉଁ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମୋହର?
- ୨୦୧୭ ଓ ୨୦୧୫ ଶିଳ୍ପନୀତି ଓ ଫ୍ୟାକ୍ଟ୍ରି ଆକ୍ଟ ୧୯୫୮ରେ ସଂଶୋଧନ।
- କାରଖାନରେ ଓଭରଟାଇମ୍ ବୃଦ୍ଧିକୁ ମଞ୍ଜୁରୀ।
- ୩ ମାସରେ ୭୫ ଘଣ୍ଟା ଓଭର ଟାଇମ୍ ୧୧୫ ଘଣ୍ଟାକୁ ବୃଦ୍ଧି
- ଏଣିକି ୨୪୦ ଦିନ ବଦଳରେ ୧୮୦ ଦିନ ପରେ ଜଣଙ୍କୁ ମିଳିପାରିବ ଛୁଟି
- ମହିଳା କର୍ମଚାରୀମାନଙ୍କୁ ରାତିଡ୍ୟୁଟି ପାଇଁ ମିଳିବ ସର୍ତ୍ତମୂଳକ ଅନୁମତି।
- ବିଜେପୁର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ।
- ୨୫ ହଜାର ୬୦୦ ହେକ୍ଟର ଚାଷଜମିକୁ ମାଡ଼ିବ ପାଣି। ଖର୍ଚ୍ଚ ହେବ ୧୧୩୮.୬୩ କୋଟି।
- ସ୍ୱାସ୍ଥ୍ୟସେବାରେ ନିର୍ମଳ ସ୍କିମ୍ର ସଂପ୍ରସାରଣ କରିବାକୁ ନିଷ୍ପତ୍ତି।
- ନିର୍ମଳ ପ୍ଲସରେ ୪୫ ଓ ନିର୍ମଳ ପ୍ଲସ ପ୍ଲସରେ ୭ ବଡ଼ ହସ୍ପିଟାଲ ସାମିଲ।
- ଓଡ଼ିଶା ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି ଗଠନ ନେଇ ନିଷ୍ପତ୍ତି।
- ବିଜୁ କୃଷକ ବୀମାଧାରୀ ସହ ଅନ୍ୟ ହିତାଧକାରୀମାନେ ଲାଭ ପାଇବେ।
- ୭୦ ଲକ୍ଷ ପରିବାର ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ।
- ମହିଳାମାନଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସହାୟତା ପରିମାଣ ୧୦ ଲକ୍ଷ।
- ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ।
- ୮ଟି ବ୍ଲକର ୯୧୧ ଗାଁକୁ ପାନୀୟ ଜଳ ଯୋଗାଣ ହେବ।
- କାଲିମେଳା, ବୈପାରୀଗୁଡ଼ା, ସାରସକଣା, ଗୋପବନ୍ଧୁନଗର, ଭୋଗରାଇ, କାଶୀନଗର, ଗୁମା ଓ ମାହାଙ୍ଗା ବ୍ଳକରେ ହେବ ପାନୀୟ ଜଳ ପ୍ରକଳ୍ପ।
- ସହରାଞ୍ଚଳ ବସ୍ତିର ଉନ୍ନୟନ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
- ଗ୍ରୁପ୍ ସି ପରୀକ୍ଷା ପାଇଁ ଆଉ କୌଣସି ସାକ୍ଷାତକାର ପରୀକ୍ଷା ହେବନି। କେବଳ ଲିଖିତ ପରୀକ୍ଷା ହେବ।
- ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି। ମଙ୍ଗଳାଘାଟରେ ୬.୬୬୧ ଏକର ଜମି ମାଗଣା ଦିଆଯିବ।
- ମହାମାରୀ ନିୟମରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ। ନିୟମ ଉଲ୍ଲଂଘନ କଲେ ୧ ଲକ୍ଷ ଟଙ୍କା ଯାଏଁ ଆଦାୟ ହେବ ଜରିମାନା।
- କରୋନା କଟକଣା କଡ଼ାକଡ଼ି କରିବାକୁ ନିଷ୍ପତ୍ତି। ମାସ୍କ ନପିନ୍ଧିଲେ, ବାହାରେ ଛେପ ପକାଇଲେ ଆଦାୟ ହେବ ଜରିମାନା।