ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଜାଣନ୍ତ, କେଉଁ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମୋହର?

  • ୨୦୧୭ ଓ ୨୦୧୫ ଶିଳ୍ପନୀତି ଓ ଫ୍ୟାକ୍ଟ୍ରି ଆକ୍ଟ ୧୯୫୮ରେ ସଂଶୋଧନ।
  • କାରଖାନରେ ଓଭରଟାଇମ୍‌ ବୃଦ୍ଧିକୁ ମଞ୍ଜୁରୀ।
  • ୩ ମାସରେ ୭୫ ଘଣ୍ଟା ଓଭର ଟାଇମ୍‌ ୧୧୫ ଘଣ୍ଟାକୁ ବୃଦ୍ଧି
  • ଏଣିକି ୨୪୦ ଦିନ ବଦଳରେ ୧୮୦ ଦିନ ପରେ ଜଣଙ୍କୁ ମିଳିପାରିବ ଛୁଟି
  • ମହିଳା କର୍ମଚାରୀମାନଙ୍କୁ ରାତିଡ୍ୟୁଟି ପାଇଁ ମିଳିବ ସର୍ତ୍ତମୂଳକ ଅନୁମତି।
  • ବିଜେପୁର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ।
  • ୨୫ ହଜାର ୬୦୦ ହେକ୍ଟର ଚାଷଜମିକୁ ମାଡ଼ିବ ପାଣି। ଖର୍ଚ୍ଚ ହେବ ୧୧୩୮.୬୩ କୋଟି।
  • ସ୍ୱାସ୍ଥ୍ୟସେବାରେ ନିର୍ମଳ ସ୍କିମ୍‌ର ସଂପ୍ରସାରଣ କରିବାକୁ ନିଷ୍ପତ୍ତି।
  • ନିର୍ମଳ ପ୍ଲସରେ ୪୫ ଓ ନିର୍ମଳ ପ୍ଲସ ପ୍ଲସରେ ୭ ବଡ଼ ହସ୍ପିଟାଲ ସାମିଲ।
  • ଓଡ଼ିଶା ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି ଗଠନ ନେଇ ନିଷ୍ପତ୍ତି।
  • ବିଜୁ କୃଷକ ବୀମାଧାରୀ ସହ ଅନ୍ୟ ହିତାଧକାରୀମାନେ ଲାଭ ପାଇବେ।
  • ୭୦ ଲକ୍ଷ ପରିବାର ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ।
  • ମହିଳାମାନଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସହାୟତା ପରିମାଣ ୧୦ ଲକ୍ଷ।
  • ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ।
  • ୮ଟି ବ୍ଲକର ୯୧୧ ଗାଁକୁ ପାନୀୟ ଜଳ ଯୋଗାଣ ହେବ।
  • କାଲିମେଳା, ବୈପାରୀଗୁଡ଼ା, ସାରସକଣା, ଗୋପବନ୍ଧୁନଗର, ଭୋଗରାଇ, କାଶୀନଗର, ଗୁମା ଓ ମାହାଙ୍ଗା ବ୍ଳକରେ ହେବ ପାନୀୟ ଜଳ ପ୍ରକଳ୍ପ।
  • ସହରାଞ୍ଚଳ ବସ୍ତିର ଉନ୍ନୟନ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
  • ଗ୍ରୁପ୍‌ ସି ପରୀକ୍ଷା ପାଇଁ ଆଉ କୌଣସି ସାକ୍ଷାତକାର ପରୀକ୍ଷା ହେବନି। କେବଳ ଲିଖିତ ପରୀକ୍ଷା ହେବ।
  • ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି। ମଙ୍ଗଳାଘାଟରେ ୬.୬୬୧ ଏକର ଜମି ମାଗଣା ଦିଆଯିବ।
  • ମହାମାରୀ ନିୟମରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ। ନିୟମ ଉଲ୍ଲଂଘନ କଲେ ୧ ଲକ୍ଷ ଟଙ୍କା ଯାଏଁ ଆଦାୟ ହେବ ଜରିମାନା।
  • କରୋନା କଟକଣା କଡ଼ାକଡ଼ି କରିବାକୁ ନିଷ୍ପତ୍ତି। ମାସ୍କ ନପିନ୍ଧିଲେ, ବାହାରେ ଛେପ ପକାଇଲେ ଆଦାୟ ହେବ ଜରିମାନା।

Comment