ଓଡ଼ିଶାଲାଇଭ୍ ବ୍ୟୁରୋ

ପବ୍ଲିକ ଏଣ୍ଟର ପ୍ରାଇଜସ ସେଲେକ୍ସନ ବୋର୍ଡ଼ (ପିଇଏସ୍‌ବି) ପକ୍ଷରୁ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ (ସେଲ୍‌)ର ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ ସୋମା ମଣ୍ଡଳଙ୍କ ନାମ ସୁପାରିଶ କରା ଯାଇଛି। କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟିର ଅନୁମୋଦନ ପରେ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ। ବର୍ତ୍ତମାନ ସେ ସେଲର ଡିରେକ୍ଟର (କମର୍ସ) ଅଛନ୍ତି। ୨୦୧୮ମସିହାରେ ତାଙ୍କୁ ଏହି ଦାୟିତ୍ୱ ମିଳିଥିଲା।

ସେଲ୍‌ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ  ସମଗ୍ର ବିଶ୍ୱରେ କୌଣସି ଷ୍ଟିଲ କମ୍ପାନୀର ପ୍ରଥମ ମହିଳା ଅଧ୍ୟକ୍ଷ ହେବାର ସୌଭାଗ୍ୟ ଅର୍ଜନ କରିବେ ସୋମା ମଣ୍ଡଳ। ବର୍ତ୍ତମାନର ଅଧ୍ୟକ୍ଷ ଅନୀଲ ଚୌଧୁରୀ ଏବର୍ଷ ଶେଷରେ ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିବେ।

ରାଉରକେଲା ଏନଆଇଟିରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂ କରିଥିବା ମଣ୍ଡଳ ପୂର୍ବରୁ ନାଲକୋର ନିର୍ଦ୍ଦେଶକ କମର୍ସିଆଲ ମଧ୍ୟ ରହି ଆସିଛନ୍ତି। ତାଙ୍କ ସମୟରେ ନାଲକୋ ମୁଖ୍ୟ କାର୍ଯ୍ୟାଳୟର ଟେକ୍ନୋଲୋଜି ସେଲ୍‌ର ବ୍ୟାପକ ଉନ୍ନତି ହେବା ସହ ଏହା ଖୁବ ପାରଦର୍ଶିତା ଲାଭ କରିଥିଲା।

LEAVE A REPLY

Please enter your comment!
Please enter your name here