ଓଡିଶାଲାଇଭ୍ ବ୍ୟୁରୋ

ଲଘୁଚାପଜନିତ ବର୍ଷାରେ ରାଜ୍ୟର ଅନେକ ଅଞ୍ଚଳ ବେହାଲ ହୋଇପଡ଼ିଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ଅଗଷ୍ଟ ୧୯ରେ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ଫସଲ ମଧ୍ୟ ନଷ୍ଟ ହୋଇଛି। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଏବଂ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।BGUଯଦି ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୁଏ ତେବେ ଏହା ଚଳିତବର୍ଷର ଚତୁର୍ଥ ଲଘୁଚାପ ହେବ।

LEAVE A REPLY

Please enter your comment!
Please enter your name here