ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ୨ ଦିନ ଯାଏଁ ଆହୁରି ବର୍ଷିପାରେ। ଏହାକୁ ଦୃଷ୍ଟିରେ ରଖି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ନୂଆପଡ଼ା ଓ ସୋନପୁର ପାଇେଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ଲଘୁଚାପ ଯୋଗୁଁ ରାଜ୍ୟରେ ଦକ୍ଷିଶ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଏପଟେ ଲଗାଣ ବର୍ଷ ସତ୍ତ୍ୱେ ରାଜ୍ୟ ଏବର୍ଷ ବର୍ଷାର ପରିମାଣ କମ୍ ରହିଛି।


















