ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୧୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଫଳ। ଦିନ ସାଢ଼େ ୧୧ ଟାରେ ଫଳ ପ୍ରକାଶ ପାଇବ ବୋଲି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ପିଲମାନେ ଅନଲାଇନ୍ ଜରିଆରେ ନିଜର ଫଳ ଜାଣିପାରିବେ। ଏଥିପାଇଁ ବୋର୍ଡ ପକ୍ଷରୁ ୱେବସାଇଟ୍ ମଧ୍ୟ ଜାରି କରାଯାଇଛି। ପିଲାମାନେ ଏହା ସାହାଯ୍ୟରେ ନିଜର ରେଜଲ୍ଟ ଜାଣିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।BGUଏଥିସହିତ ଅଗଷ୍ଟ ମାସ ୩୧ ତାରିଖ ପୂର୍ବରୁ କଳା ବିଭାଗର ମଧ୍ୟ ରେଜଲ୍ଟ ବାହାରିବ ବୋଲି କୁହାଯାଇଛି। ଏହାପୂର୍ବରୁ ଗତ ୧୨ ତାରିଖରେ ଯୁକ୍ତଦୁଇ ବିଜ୍ଞାନର ଫଳ ପ୍ରକାଶ ପାଇଥିଲା। କରୋନା କଟକଣା ଭିତରେ ଖାତା ଦେଖାଯିବା ସହିତ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାକୁ ଆପଣାଇ ବୋର୍ଡ ଏଥରର ଫଳ ପ୍ରକାଶ କରୁଅଛି।

LEAVE A REPLY

Please enter your comment!
Please enter your name here