ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଜାରି ରହିଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ୧୯ରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
ଏହି ଲଘୁଚାପର ପ୍ରଭାବରେ ଆସନ୍ତାକାଲିଠୁ ଉପକୂଳ ଓ ମଧ୍ୟବର୍ତ୍ତୀ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ଏଥିପାଇଁ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆଉ ୯ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ରାଜ୍ୟରେ ବର୍ଷାର ପରିମାଣ ବଢ଼ୁଥିବାରୁ ହୀରାକୁଦରେ ମଧ୍ୟ ଜଳସ୍ତରର ପରିମାଣ ବୃଦ୍ଧି ଘଟୁଛି। ତେଣୁ ବର୍ତ୍ତମାନ ୧୧ଟି ଗେଟକୁ ଖୋଲାଯାଇ ହୀରାକୁଦରୁ ଜଳ ନିଷ୍କାସନ କରାଯାଉଛି।