ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟର ରୋହିତ ଶର୍ମା ପାଇବେ ରାଜୀବ ଗାନ୍ଧୀ ଖେଳରତ୍ନ। ତାଙ୍କ ସହ ଆଉ ତିନିଜଣ ଖେଳାଳି ମଧ୍ୟ ରାଜୀବ ଗାନ୍ଧୀ ଖେଳରତ୍ନ ପାଇବେ। ଏନେଇ ଚୟନ କମିଟି ସେମାନଙ୍କୁ ଚୟନ କରିଥିବା ଜଣାପଡ଼ିଛି।
ରୋହିତଙ୍କ ବ୍ୟତୀତ ରେସଲର ବିନେଶ ଫୋଗାଟ, ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଓ ପାରା ଅଲମ୍ପିକ ଚାମ୍ପିୟନ ମାରିୟାପ୍ପାନ ଥେଙ୍ଗାବାଲୁଙ୍କୁ ମଧ୍ୟ ରାଜୀବ ଗାନ୍ଧୀ ଖେଳରତ୍ନ ମିଳିବା ନେଇ ସ୍ଥିର କରାଯାଇଛି।
ଚଳିତବର୍ଷ ଏହି ପୁରସ୍କାର ଉତ୍ସବ ଅନଲାଇନ୍ ଜରିଆରେ ଆୟୋଜିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ଉପାୟରେ ପୁରସ୍କାର ପ୍ରଦାନ ଉତ୍ସବ ହୋଇପାରେ। ଏପରି ହେଲେ ଖେଳାଳିମାନେ ଅନଲାଇନ ଜରିଆରେ ଉତ୍ସବରେ ସାମିଲ ହେବା ସହିତ ପୁରସ୍କାର ଗ୍ରହଣ କରିବେ।


















