ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରିମ୍ ୧୧ ହେଲା ଆଗାମୀ ଆଇପିଏଲର ମୁଖ୍ୟ ପ୍ରାୟୋଜକ। ଚାଇନିଜ ମୋବାଇଲ ନିର୍ମାତା କମ୍ପାନି ଭିଭୋ ଏହି ପଦରୁ ଓହରିଯିବା ପରେ ଡ୍ରିମ୍ ୧୧ ଏହି ସ୍ଥାନ ନେଇଛି। ଏନେଇ ଆଇପିଏଲ୍ ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି।

ଚଳିତବର୍ଷ ଆଇପିଏଲ୍ ପାଇଁ ଡ୍ରିମ୍ ୧୧ ମୁଖ୍ୟ ପ୍ରାୟୋଜକ ସାଜିବ। ଡ୍ରିମ୍ ୧୧ ଏଥିପାଇଁ ବିସିସିଆଇକୁ ୨୫୦ କୋଟି ଟଙ୍କା ଦେବ ବୋଲି ସ୍ଥିର ହୋଇଛି।BGU

ଏହାପୂର୍ବରୁ ଭିଭୋ ଆଇପିଏଲର ପ୍ରାୟୋଜକଥିଲା। ହେଲେ ଚାଇନିଜ୍ ଦ୍ରବ୍ୟକୁ ନେଇ ଭାରତରେ ଦେଖାଦେଇଥିବା ଅସନ୍ତୋଷ ପାଇଁ ଭିଭୋ ଆଇପିଏଲ୍ ପ୍ରାୟୋଜକରୁ ଓହରି ଯାଇଥିଲା। ପରେ ଏଥିପାଇଁ ବିସିସିଆଇ ଟେଣ୍ଡର ଆହ୍ୱାନ କରିଥିଲା। ଯେଉଁଥିରେ ବାଜି ମାରିଛି ଡ୍ରିମ୍ ୧୧।

ଚଳିତ ବର୍ଷ କରୋନା କଟକଣା ପାଇଁ ଦୁବାଇରେ ଆଇପିଏଲ୍ ଖେଳାଯିବ। ଯାହାକି ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଖେଳାଳିମାନଙ୍କର କୋଭିଡ୍ ଟେଷ୍ଟ କରାଯିବା ପରେ ସେମାନେ ଆଇପିଏଲ୍ ଖେଳିବାକୁ ଯୋଗ୍ୟ ହେବେ।

Comment