ଓଡ଼ିଶାଲାଇଭ୍ ବ୍ୟୁରୋ

ଟୁଇନ୍ ସିଟିରେ ଗଣେଶ ପୂଜା ବନ୍ଦକୁ ନେଇ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ହୋଇଛି। କଟକ ବୁଢ଼ା ଗଣେଶ ପୂଜା କମିଟିର ସଭାପତି ଶିଭେନ୍ଦ୍ର ହୋତା ଏହି ମାମଲା ଦାୟର କରିଛନ୍ତି। ଟୁଇନ୍ ସିଟିରେ ଗଣେଶ ପୂଜା କରିବା ପାଇଁ ଅନୁମତି ଦେବାକୁ ଏହି ମାମଲାରେ ଉଲ୍ଲେଖ କରାଯାଇଛି।

ଏହି ଜନସ୍ଵାର୍ଥ ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ୍ କମିସନର, ପୋଲିସ କମିସନର, କଟକ ଜିଲ୍ଲାପାଳ, କଟକ ଡିସିପି ଏବଂ ସିଏମ୍‌ସି କମିସନରର ଆଦିଙ୍କୁ ପକ୍ଷଭୁକ୍ତ କରାଯାଇଛି।BGU

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇନ୍ ସିଟିରେ ଗଣେଶ ପୂଜା ଆୟୋଜନକୁ ବାରଣ କରିଥିଲା କମିସନରେଟ ପୋଲିସ। ପରେ ଗଜପତି, ଯାଜପୁର, ଗଞ୍ଜାମ ଏବଂ ଖୋର୍ଦ୍ଧା ଆଦି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ମଧ୍ୟ ସାମୂହିକ ଗଣେଶ ପୂଜା ଆୟୋଜନକୁ ବନ୍ଦ କରାଯାଇଥିଲା।

Comment