ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ଗଣେଶ ପୂଜା ଆୟୋଜନ ହୋଇନାହିଁ। କୌଣସି ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, କ୍ଲବ ଏପରିକି ସର୍ବସାଧାରଣ ସ୍ଥାନରେ ମଧ୍ୟ ଗଣେଶ ପୂଜା ଆୟୋଜିତ ହୋଇନି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ ଗଣେଶ ପୂଜା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଲୋକେ ଘରେ ଗଣେଶ ପୂଜା କରିଛନ୍ତି।
ଗଣେଶ ପୂଜା ଅବସରରେ ମନ୍ଦିର ଗୁଡ଼ିକରେ ସ୍ୱତନ୍ତ୍ର ପୂଜା ବିଧିର ଆୟୋଜନ ଉପରେ ମଧ୍ୟ କଟକଣା ଜାରି କରିଥିଲେ। ଏଥିସହିତ ନୂଆଁଖାଇ ପର୍ବ ପାଳନ ଉପରେ ମଧ୍ୟ ରୋକ ଲାଗିଛି।
ସାମାଜିକ ଦୂରତା ରକ୍ଷା କରି ନୂଆଁଖାଇ ପରମ୍ପରାକୁ ଲୋକେ ନିଜ ଘରେ ପାଳିବେ। ୭ଜଣରୁ ଅଧିକ ଲୋକ ଏକାଠି ନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

















