ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ହାତରେ ଧରିପଡ଼ିଛି ଆଇଏସ୍ଆଇଏସ୍ ଆତଙ୍କବାଦୀ। ଦିଲ୍ଲୀର ଧୌଲାକୂଆଁ ରିଙ୍ଗ୍ରୋଡରେ ପୋଲିସର ସ୍ପେଶାଲ ସେଲ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀର ନାଁ ଅବଦୁଲ ୟୁସୁଫ୍। ତା’ଠାରୁ ଦୁଇଟି ଆଇଇଡି ଓ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି।
ରପୋର୍ଟ ଅନୁସାରେ ଗୁଇନ୍ଦା ଏଜେନ୍ସି ସୂଚନା ପାଇଥିଲା ଯେ ୩ ଜଣ ଆତଙ୍କବାଦୀ ଦିଳ୍ଲୀରେ ପ୍ରବେଶ କରିଛନ୍ତି। ଏମାନେ ବଡ଼ ଧରଣର ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହାପରେ ଅନୁସନ୍ଧାନ ଆରମ୍ଭ କରିଥିଲା ପୋଲିସ। ତେବେ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଅନ୍ୟ ୨ ଜଣଙ୍କୁ ଧରିବାକୁ ଚେଷ୍ଟା କରୁଛି ପୋଲିସ।