ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ରକେର୍ଟ ଲଞ୍ଚଳର ଦ୍ଵାରା ଉଡ଼ାଇଦିଆଯିବା ଫଳରେ ସେଠାରେ ଥିବା ୫ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

କୁଲଗାମ ପୋଲିସ, ସେନା ଏବଂ ସିଆରପିଏଫର ମିଳିତ ଆତଙ୍କବାଦୀ ବିରୋଧୀ ଅଭିଯାନ ଚାଲିଛି। କୁଲଗାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁରକ୍ଷା କର୍ମୀ। ପରେ ଉଭୟ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଆକ୍ରମଣରେ ଘଟଣାସ୍ଥଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀ ଲସ୍କର-ଏ-ତୋଇବାର ସଦସ୍ୟ ବୋଲି ଜଣାପଡ଼ିଛି।

ଆହୁରି ଦୁଇଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ତଲାସୀ ଅଭିଯାନ ଜାରି ରହିଛି।

Tags: #JammuKashmir #Terrorist #SecurityForce #FiveTerroristskilled

Comment