ଓଡ଼ିଶାଲାଇଭ୍ ବ୍ୟୁରୋ
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏବେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇପଡୁଛି ପାକିସ୍ତାନ। ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି ପାକିସ୍ତାନବାସୀ। ଏହାରି ମଧ୍ୟରେ ଦେଶର ଅର୍ଥନୀତି ଉପରେ ଆଉ ଏକ ଝଟକା ଲାଗିଛି।
ବିଶ୍ୱର ବିଭିନ୍ନ ଦେଶର ପ୍ରମୁଖ ଏୟାରଲାଇନ୍ସଗୁଡ଼ିକ ପାକିସ୍ତାନ ଅକାଶମାର୍ଗ ଦେଇ ଉଡ଼ିବା ବନ୍ଦ କରିଦେଇଛନ୍ତି। ବ୍ରିଟିଶ ଏୟାରୱେଜ୍, ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏବଂ ଏମିରେଟ୍ସ ଆଦି ବିମାନ କମ୍ପାନିଗୁଡ଼ିକ ପାକିସ୍ତାନର ଆକାଶପଥ ଦେଇ ଉଡ଼ାଣ କରିବାକୁ ଏବେ ରାଜି ହେଉନାହାନ୍ତି।
ସେହିପରି ଏୟାର ଫ୍ରାନ୍ସ ବିମାନ କମ୍ପାନି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନେ ପାକିସ୍ତାନର ଆକାଶପଥ ବ୍ୟବହାର କରିବେ ନାହିଁ। ତେବେ ପ୍ରମୁଖ ଏୟାରଲାଇନ୍ସଗୁଡ଼ିକର ଏପରି ପଦକ୍ଷେପ ଯୋଗୁଁ ବଡ଼ ଧରଣର ଆର୍ଥିକ କ୍ଷତି ସହିବାକୁ ଯାଉଛି ପାକିସ୍ତାନ। ଭାରତ ପାଇଁ ଆକାଶମାର୍ଗ ବନ୍ଦ କରି ସମସ୍ୟାରେ ପକାଇବାକୁ ଚାହୁଁଥିଲା ପାକିସ୍ତାନ। କିନ୍ତୁ ଏହା ଏବେ ବୁମେରାଂ ହେବାକୁ ଯାଉଛି।
Tags: #Pahalgam #OperationSindoor #AirStrike #India #Kasmir #JammuKashmir #Pakistan