ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ସ୍ଥିତ ରାଉଜ ଏଭେନ୍ୟୁ କୋର୍ଟ। ମହିଳା କୁସ୍ତି ଖେଳାଳି ଯୌନ ନିର୍ଯାତନା ମାମଲାରେ ଆସନ୍ତା ଜୁଲାଇ ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ବ୍ରିଜଭୂଷଣଙ୍କୁ ନିର୍ଦେଶ ଦିଆଯାଇଛି।

ଏହି ଘଟଣାକୁ ନେଇ ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଦିଲ୍ଲୀ ପୋଲିସ। ଆଇପିସି ଧାରା ୩୫୪, ଧାରା ୩୫୪(ଏ) ଏବଂ ୩୫୪(ଡି) ଅନ୍ତର୍ଗତ ମାମଲା ରୁଜୁ ହୋଇଛି। ଧାରା ୩୫୪ ରେ ବ୍ରିଜଭୂଷଣଙ୍କୁ ୫ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଥିବାବେଳେ ଏହା ଏକ ଜାମିନ ବିହୀନ ଧାରା। ସେହିଭଳି ୩୫୪ (ଏ) ମୁତାବକ ସର୍ବାଧିକ ୧ ବର୍ଷ ଜେଲଦଣ୍ଡ ଓ ଏଥିରେ ଅଭିଯୁକ୍ତ ଜାମିନ ଆବେଦନ କରିପାରିବେ। ଏହା ସହ ଧାରା ୩୫୪ (ଡି) ଅନ୍ତର୍ଗତ ସର୍ବାଧିକ ୫ବର୍ଷ ଜେଲଦଣ୍ଡ ଓ ଏହି ଧାରାରେ ଅଭିଯୁକ୍ତ ଜାମିନ ଆବେଦନ କରିପାରିବେ।

Tags: #SexualHarassment #Wrestler #WFI #DelhiCourt #BrijBhushanSharanSingh #DelhiPolice #Summon

Comment