ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଆଉ ୧୦ ଜଣ ରେଳ କର୍ମଚାରୀଙ୍କୁ ସମନ କରିଛି ସିବିଆଇ। ଏହା ପୂର୍ବରୁ ଜୁଲାଇ ୧୨ ତାରିଖରେ ଏହି ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଦାୟିତ୍ଵରେ ଅବହେଳା କାରଣରୁ ରେଳେଓ୍ଵେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଗତ ଜୁନ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ସିରିଜ ରେଳ ଦୁର୍ଘଟଣା ମାମଲାରେ ବିସିଆଇ ସିଗନାଲ ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହନ୍ତି, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାଁ ଏବଂ ଟେକ୍ନେସିଆନ ପପୁ କୁମାରଙ୍କୁ ଗିରଫ କରିଛି। ଏବେ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ସିବିଆଇ ୩ ଅଭିଯୁକ୍ତଙ୍କଠାରୁ ବାହାନଗା ଟ୍ରେନ ଟ୍ରାଜେଡିର କାରଣ ଜାଣିବାକୁ ପ୍ରୟାସ କରୁଛି।

ସିବିଆଇ ଏବଂ ସିଆରଏସ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି। ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ପୋଲିସ। ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ଗିରଫ ୩ ଅଭିଯୁକ୍ତ ରହିଥିବା କୁହାଯାଉଛି।

Tags: #BahanagaTrainTragedy #Suspend #CBIInvestigation #Summon

Comment