ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ମଙ୍ଗଳବାର ଦିନ ଏଡିଏମଙ୍କ ଅଫିସ ଘେରାଉ କରିଥିଲେ ଶତାଧିକ ଆଦିବାସୀ ମହିଳା।

ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲାର ଏକ ପାର୍କ ଭିତରେ ଥିବା ପୋଖରୀରୁ ସୁସ୍ମିତା ମିଞ୍ଜଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସହକାରୀ ଜିଲ୍ଲାପାଳ ସୁସ୍ମିତାଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଏହି ଘଟଣାକୁ ଏକ ସପ୍ତାହ ଟପିଥିଲେ ମଧ୍ୟ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରୁ ନାହିଁ। ମଙ୍ଗଳବାର ଦିନ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଜିଲ୍ଲା ଆଦିବାସୀ ମଞ୍ଚ। କଂଗ୍ରେସ ଏବଂ ଆଦିବାସୀ ମଞ୍ଚ ପକ୍ଷରୁ ଆଜି ଏଡିଏମଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବାବେଳେ ସୋମବାର ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଇଜି ଅଫିସ ଘେରାଉ କରାଯାଇଥିଲା।

Tags: #Rourkela #AssistantCollectorSusmitaMinz #MurderCase #CBIInvestigation

Comment