ଓଡ଼ିଶାଲାଇଭ୍ ବ୍ୟୁରୋ

ଖଣି ଦୁର୍ନୀତିକୁ ନେଇ ତେଜିଲାଣି ରାଜ୍ୟ ରାଜନୀତି। ନିର୍ବାଚନ ପୂର୍ବରୁ ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛି ବିଜେପି। ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଦାବି କରିଛି ବିଜେପି।

ଏ ନେଇ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରାଯାଇଥିବା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି।

ଜୟନାରାୟଣ ମିଶ୍ର କହିଛନ୍ତି, ରାଜ୍ୟରେ ୧୪ ବର୍ଷ ମଧ୍ୟରେ ୮ ଲକ୍ଷ ୯୭ ହଜାର ୪୪୩ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ରାଜ୍ୟରେ ୧୯୨ଟି ଖଣି ବେଆଇନ ଭାବେ ଚାଲିଥିଲା। ସେଥିରୁ ୧୭୬ଟି ଜଙ୍ଗଲ ଜମି ଓ ୯୬ଟି ଖଣିର ପରିବେଶ ମଞ୍ଜୁରୀ ନାହିଁ। ୭୫ଟି ଲୁହା ପଥର ମାଙ୍ଗାନିଜ ଖଣିରୁ ଅଧିକ ଉତ୍ତୋଳନ କରାଯାଇଛି। ୯୫ଟି ଖଣି ନଦୀ ଓ ନାଳକୁ ପ୍ରଭାବିତ କରିଛି। ଏହା ଦ୍ୱାରା ଆଦିବାସୀ, ଜୀବଜନ୍ତୁ, ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି। ଖଣି ମାଲିକଙ୍କୁ ଦିଆଯାଇଥିବା ଡିମାଣ୍ଡ ନୋଟିସ୍ ଏଷ୍ଟିମେଟଠାରୁ କମ୍ ରହିଛି। ଏହି କାରଣରୁ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଥିବା ଜୟନାରାୟଣ ମିଶ୍ର କହିଛନ୍ତି।


Tags: #Politics #OdishaPolitics #MiningScamInOdisha #CBIInvestigation #BJP

LEAVE A REPLY

Please enter your comment!
Please enter your name here