ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ନେଇ ହେବ ଆଲୋଚନା।

କଂଗ୍ରେସରେ ନେତୃତ୍ୱକୁ ନେଇ ଦଳ ଭିତରେ ଭୟଙ୍କର ଅସନ୍ତୋଷ ଆଉ ସନ୍ଦେହ। କିଏ ହେବ ସଭାପତି? ପ୍ରିୟଙ୍କା ଗାନ୍ଧୀ ହେବେ କି କଂଗ୍ରେସର ପରବର୍ତ୍ତୀ ସଭାପତି? କାହା ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ? ଏମିତି ଅନେକ ପ୍ରଶ୍ନ ଦଳ ଭିତରୁ ଉଠିଲାଣି। ଖାଲି ସେତିକି ନୁହେଁ ୨୦ ଜଣ ବରିଷ୍ଠ କଂଗ୍ରେସ ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି। ଏକ ଆତ୍ମଚିନ୍ତନର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଛନ୍ତି।BGUଏହାକୁ ନେଇ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଭର୍ଚୁଆଲ ମିଟିଂ ହେବ। ଦଳରେ ନେତୃତ୍ୱକୁ ନେଇ ଭୟଙ୍କର ସନ୍ଦେହ ରହିଛି। ଏହା ତୁରନ୍ତ ଦୂର ହେବା ଦରକାର। ଏ ସମ୍ପର୍କରେ ୨୦ ଜଣ ବରିଷ୍ଠ ନେତା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ବରିଷ୍ଠମାନେ ଅନିଶ୍ଚିତତାକୁ ନେଇ ଖୁସିନାହାନ୍ତି। ଆଉ ଯୁବଗୋଷ୍ଠୀ ଧୀରେଧୀରେ ଆସ୍ଥା ହରାଉଛନ୍ତି। କିଛି ଦିନ ତଳେ କଂଗ୍ରେସ ନେତା ସଞ୍ଜୟ ଝାଙ୍କ ଟ୍ୱିଟ ଝଡ଼ ସୃଷ୍ଟି କରିଥିଲା। ୧୦୦ରୁ ଅଧିକ ବରିଷ୍ଠ ନେତା ନେତୃତ୍ୱ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଦାବି ଜଣାଇଛନ୍ତି ବୋଲି ସେ ଲେଖିବା ପରେ ତାଙ୍କୁ ମୁଖପାତ୍ର ପଦରୁ ହଟାଇ ଦିଆଯାଇଥିଲା। ସୋନିଆଙ୍କ ଟିମ୍ ତାଙ୍କୁ ମୁଖପାତ୍ର ପଦବିରୁ ହଟାଇଥିଲେ, ମଧ୍ୟ ତାଙ୍କର ଏ ଚିଠି ଥିଓରି ସୋନିଆଙ୍କ କ୍ୟାମ୍ପରେ ହଲଚଲ ସୃଷ୍ଟି କରିଥିଲା। ସେହି ଟ୍ୱିଟ ଯୋଗୁ ଆସନ୍ତାକାଲିର ବୈଠକ ବସୁଛି ବୋଲି ସୂତ୍ରରୁ ସୂଚନା ମିଳୁଛି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କୁ ୭୩ ବର୍ଷ ହେଲାଣି। ଏହାସହ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରରୁ ସେ ଦଳର ସଭାପତି ଭାବେ ଦାୟିତ୍ୱ ନେବା ପାଇଁ ଚାହୁଁନାହାନ୍ତି।

LEAVE A REPLY

Please enter your comment!
Please enter your name here