ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଯାଉ
  • କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ନବୀନ
  • ବର୍ତ୍ତମାନ ପରୀକ୍ଷା ହେଲେ ପିଲାମାନେ ସଂକ୍ରମିତ ହେବାର ଭୟ

ରାଜ୍ୟରେ ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ପରିସ୍ଥିତି ସମୟରେ ଏହି ପରୀକ୍ଷା ହେଲେ ପିଲାମାନେ ସଂକ୍ରମିତ ହେବାର ଭୟ ରହିଛି ବୋଲି ନବୀନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

କିଛିଦିନ ତଳେ ଏନଟିଏ ତରଫରୁ ସେପ୍ଟେମ୍ବର ୧ରୁ ୬ ତାରିଖ ଏବଂ ସେପ୍ଟେମ୍ବର ୧୩ରେ ଜେଇଇ ଓ ନିଟ୍ ପରୀକ୍ଷା ହେବାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏହାଦ୍ୱାରା ରାଜ୍ୟରେ ପିଲାମାନେ କରୋନା ସଂକ୍ରମିତ ହେବାର ଭୟ ଥିବାରୁ ଏହି ପରୀକ୍ଷା ଘୁଞ୍ଚାଇବାକୁ ନବୀନ ଚିଠି ଲେଖିଛନ୍ତି।BGUରାଜ୍ୟର ପ୍ରାୟ ୫୦ ହଜାର ପିଲା ନିଟ୍ ପରୀକ୍ଷା ଦେବାକୁ ଥିବାବେଳେ ୪୦ ହଜାରରୁ ଅଧିକ ପିଲା ଜେଇଇ ପରୀକ୍ଷା ଦେବାର ଅଛି। ହେଲେ ଏନଟିଏ ରାଜ୍ୟର ମାତ୍ର ୭ଟି ସହରରେ ପରୀକ୍ଷା  କେନ୍ଦ୍ର କରିଛି। ଏପରି ହେଲେ ପିଲାମାନେ ପରୀକ୍ଷା ଦେବାକୁ ଆସିବାରେ ଅସୁବିଧା ହେବା ସହିତ ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ଦେଇପାରିବେ ନାହିଁ ବୋଲି କୁହାଯାଇଛି।

ତେଣୁ ସେପ୍ଟେମ୍ବର ମାସରେ ହେବାକୁ ଥିବା ଏହି ପରୀକ୍ଷାକୁ ଘୁ଼ଞ୍ଚାଇବା ସହିତ ପରବର୍ତ୍ତୀ ସମୟରେ ରାଜ୍ୟର ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଇ ପରୀକ୍ଷା ଆୟୋଜନ କରିବାକୁ ନବୀନ ଚିଠି ଲେଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଜଣାଇଛନ୍ତି।

Comment