ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ ଆଖୁବୁଜିଲେ ଆଉ ୮ ଜଣ ରୋଗୀ। ଏଥିସହିତ ରାଜ୍ୟର ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୪୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ଜଣ ଲେଖାଏଁ ରହିଛନ୍ତି। ସେହପରି ବରଗଡ଼, ଭଦ୍ରକ, ବଲାଙ୍ଗିର ଏବଂ ରା଼ୟଗଡ଼ାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି।
BGUଗଞ୍ଜାମର ଦୁଇ ମୃତକଙ୍କ ମଧ୍ୟରେ ଜଣେ ୫୫ ବର୍ଷୀୟ ମହିଳା ଏବଂ ଜଣେ ୪୫ ବର୍ଷର ପୁରୁଷ ରହିଛନ୍ତି। ସେହିପରି ଖୋର୍ଦ୍ଧାର ଦୁଇ ମୃତକଙ୍କ ମଧ୍ୟରେ ୬୫ ଏବଂ ୫୬ ବର୍ଷ ବୟସର ଦୁଇଜଣ ପୁରୁଷ ରହିଛନ୍ତି। ଅନ୍ୟପଟେ ବଲାଙ୍ଗିର, ଭଦ୍ରକ, ରାୟଗଡ଼ା ଏବଂ ବରଗଡ଼ରୁ ଯଥାକ୍ରମେ ୪୦, ୬୨, ୬୦ ବର୍ଷୀୟ ପୁରୁଷ ଏବଂ ୬୧ ବର୍ଷୀୟ ଜଣେ ମହିଳା ରହିଛନ୍ତି।

LEAVE A REPLY

Please enter your comment!
Please enter your name here