ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସପ୍ତାହର ୭ ଦିନ ଯାକ ଚଳାଚଳ କରିବ ‘ମୋ ବସ୍’। ଅଧିକ ଗୁରୁତ୍ୱ ଥିବା ୮ଟି ରୁଟରେ ଆସନ୍ତାକାଲିଠୁ ମୋ ବସ ଚଳାଚଳ କରିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।
📢 Notice-
Tomorrow onwards #MoBus 🚌 will ply on 8 routes i.e.11,16,18,20,23,24,25 & 33.#NoMaskNoEntry#MoBusforBetterYou
— Capital Region Urban Transport (@CRUT_BBSR) August 31, 2020
ରୁଟ୍ ନମ୍ବର ୧୧, ୧୬,୧୮, ୨୦,୨୩, ୨୪,୨୫ ଓ ୩୩ରେ ବସ୍ ଚଳାଚଳ କରିବ। ବସ୍ ଭିତରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ବସ୍ ଭିତରେ ଛିଡ଼ା ହୋଇଯିବା ମନା ହେବା ସହିତ ଲୋକମାନଙ୍କୁ ଡିଜିଟାଲ୍ ପେମେଣ୍ଟ୍ କରିବାକୁ କୁହାଯାଇଛି। ଅନ୍ୟପଟେ ଆସନ୍ତାକାଲିଠୁ ୨୪ଟି ରୁଟରେ ଓଏସ୍ଆରଟିସି ବସ୍ ଚଳାଚଳ କରିବ ବୋଲି କ୍ରୁଟ ତଥା ଓଏସଆରଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।
ସେହିପରି ଖୁବଶୀଘ୍ର ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହେବ। କରୋନା କଟକଣା କୋହଳ ହୋଇଥିବାରୁ ବସ ଚଳାଚଳ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ବସ୍ ମାଲିକଙ୍କ ଟିକସ ଛାଡ଼ କରାଯିବା ସହ ଅନ୍ୟାନ୍ୟ ଦାବି ପୂରଣ ହୋଇଛି। ତେଣୁ ଖୁବଶୀଘ୍ର ରାଜ୍ୟରେ ବସ୍ ଚଳାଚଳ କରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମାନାଭ ବେହେରା।

















