ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତସିଂହପୁର:ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କଲେ ବିଏସ୍ଏଫ୍ ଜବାନ। ଜଗତସିଂହପୁର ଜିଲ୍ଲାର ରାଜିବ ବରାଳଙ୍କ ଏଭଳି ପଦକ୍ଷେପକୁ ନିଜେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିଛନ୍ତି।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଓଳାଷ ଗାଁର ଶୁକାନ୍ତ ବରାଳ ଓ ହର୍ଷଲତା ବରାଳଙ୍କ ବଡ଼ ପୁଅ ହେଉଛନ୍ତି ରାଜିବ। ସେ ପ୍ରାୟ ଦେଢ଼ ମାସ ତଳେ ସେ ନିଜ କର୍ମସ୍ଥଳରୁ ଛୁଟିରେ ଗାଁକୁ ଆସିଥିଲେ। ହେଲେ ଏହାପରେ ସେ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ପ୍ରଥମେ କୋଭିଡ କେୟାର ପରେ ପାରାଦୀପ କୋଭିଡ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ୧୫ ଦିନ ପରେ ରାଜିବ ସୁସ୍ଥ ହୋଇ ଘରକୁ ଫେରିଥିଲେ।BGUତେବେ ପ୍ଲାଜମା ଦ୍ୱାରା ଗୁରୁତର କରୋନା ରୋଗୀ ଭଲ ହେଉଥିବା ଜାଣି ରାଜିବ ନିଜ ତରଫରୁ ଆଗ୍ରହ ପ୍ରକାଶ କରି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ତାଙ୍କୁ ପ୍ରଶାସନ କଟକ ସ୍ଥିତ ପ୍ଲାଜମା ସେଣ୍ଟରକୁ ନେଇ ପ୍ଲାଜମା ସଂଗ୍ରହ କରିଥିଲେ। ପ୍ଲାଜମା ଦାନ କରିବା ପରେ ରାଜିବ ଅନ୍ୟମାନଙ୍କୁ ମଧ୍ୟ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here