ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ। ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ଉପ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରାଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ତାଙ୍କ ପୈତୃକ ଘର ସମେତ ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। ଭୁବନେଶ୍ଵର ଓ କଟକରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ଵରର ଘାଟିକିଆରେ ଥିବା ବାସଭବନ, କଟକରେ ଥିବା ଶଶୁର ଘର ଏବଂ ସିଡିଏରେ ଭିଜିଲାନ୍ସ ଚଢ଼ାଉ କରିଛି। ଏଥିସହ ଯାଜପୁରର କୋରେଇସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଟିମ୍‌ର ୫ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି।BGUଚଢ଼ାଉ ବେଳେ ଘାଟିକିଆରେ ଥିବା ରମେଶଙ୍କ ବାସଭବନରୁ ନଗଦ ୨ ଲକ୍ଷ ଟଙ୍କା, ୫୦୦ ଗ୍ରାମ ସୁନା ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ତେବେ ନିକଟରେ ରମେଶ ରୁଷ, ଚୀନ ଏବଂ ସିଙ୍ଗାପୁର ସମେତ ବିଭିନ୍ନ ବିଦେଶ ଗସ୍ତ କରିଥିବାରୁ ତାକୁ ନେଇ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି।

 

LEAVE A REPLY

Please enter your comment!
Please enter your name here