ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି କରୋନାରୁ ସୁସ୍ଥ ହେଲେ ୨୯୮୦ ଆକ୍ରାନ୍ତ
  • କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଜଣ ସୁସ୍ଥ
  • ରାଜ୍ୟରେ ଏବେସୁଦ୍ଦା ୯୦,୩୩୧ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୯୮୦ ଆକ୍ରାନ୍ତ। ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୯୦ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ସର୍ବାଧିକ କଟକ ଜିଲ୍ଲାରୁ ୬୫୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୬୩, ଗଞ୍ଜାମରୁ ୨୧୨, ମୟୂରଭଞ୍ଜରୁ ୨୦୭, ସମ୍ବଲପୁରରୁ ୧୩୩, ବଲାଙ୍ଗିରରୁ ୧୧୪, ନୟାଗଡ଼ରୁ ୧୧୪, ବାଲେଶ୍ୱରରୁ ୧୧୧ ଓ କୋରାପୁଟରୁ ୧୦୩ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଅନ୍ୟ ଜିଲ୍ଲାରୁ ମଧ୍ୟ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଛନ୍ତି।

ଏଯାବତ ରାଜ୍ୟରୁ ମୋଟ ୧,୧୬,୬୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୯୦,୩୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।

Comment