ଓଡ଼ିଶାଲାଇଭ୍ ବ୍ୟୁରୋ

ସଜେଇ ହେଉଛି ପୁରୀ ବେଳାଭୂମି। ଏଣିକି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ପୁରୀର ଗୋଲ୍ଡେନ୍ ବିଚ୍। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ହେବାକୁ ଥିବା ଅନ୍ତର୍ଜାତୀୟ ସ୍ତରର ବେଳାଭୂମିର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେଆର କରିଛନ୍ତି।

ପୁରୀ ପର୍ଯ୍ୟଟନର ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପୁରୀ ବେଳାଭୂମିକୁ ନୂଆ ବିନ୍ୟାସ ଦେଉଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ‘ବ୍ଲୁ ପ୍ଲାଗ୍’ ମାନ୍ୟତା ପାଇଁ ଦେଶର ୮ ଗୋଟି ବେଳାଭୂମି ମଧ୍ୟରେ ପୁରୀ ବେଳାଭୂମିର ନାମକୁ ସୁପାରିଶ କରାଯାଇଛି।BGUବେଳାଭୂମିର ସୌନ୍ଦର୍ଯ୍ୟକରଣ ସହ ବିଶୁଦ୍ଧ ପାନୀୟ ଜଳ, ପାର୍କିଂ, ସ୍ଵତନ୍ତ୍ର ବାଥିଂ ଜୋନ୍, ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ସାଢେ ୮କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here