ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୩୦୩୪ କୋଭିଡ୍ ରୋଗୀ ସୁସ୍ଥ
  • ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ ସୁସ୍ଥ
  • ରାଜ୍ୟରେ ଏଯାବତ ୯୯,୩୯୮ ରୋଗୀ ସୁସ୍ଥ ହୋଇସାରିଲେଣି

ରାଜ୍ୟରେ ଆଜି କରୋନା କବଳରୁ ସୁସ୍ଥ ହେଲେ ଆଉ ୩୦୩୪ କୋଭିଡ୍ ରୋଗୀ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ପାଖାପାଖି ଏକ ଲକ୍ଷରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୨୪୨, ବରଗଡ଼ରୁ ୧୬୮, ଗଞ୍ଜାମରୁ ୧୫୪, କଟକରୁ ୧୫୦ ଓ ରାୟଗଡ଼ାରୁ ୧୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଯାବତ ରାଜ୍ୟରୁ ମୋଟ ୧,୨୭,୮୯୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୯୯,୩୯୮ ଜଣ ସୁସ୍ଥ ହୋଇସାରିଲେଣି।

Comment