ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହରେ କେତେକ ଅସ୍ଵାଭାବିକତା ଯୋଗୁଁ ସେପ୍ଟେମ୍ବର ମାସରେ ଦିନ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଥିବା ଜଣାପଡ଼ିଛି। ତାପମାତ୍ରାରେ ହଠାତ ପରିବର୍ତ୍ତନ ସମ୍ପର୍କରେ ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ମୁଖ୍ୟ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଓଡ଼ିଶାରେ ସେପ୍ଟେମ୍ବର ମାସରେ ହାରାହାରି ଦିନ ତାପମାତ୍ରା ୩୨ ଡିଗ୍ରୀ ସେଲ୍‌ସିଅସ୍ ରହିବା କଥା। କିନ୍ତୁ ମୌସୁମୀର ଟ୍ରଫ୍ ଲାଇନ୍ ଉତ୍ତର ଦିଗ ଆଡ଼କୁ ଢଳିବା ଫଳରେ ଓଡ଼ିଶାରେ ବୃଷ୍ଟିପାତ ଦବିକି ରହିଛି। ଏଥିପାଇଁ ଦିନ ତାପମାତ୍ରା ବଢ଼ିଛି ବୋଲି ସେ ମତ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ବାୟୁମଣ୍ଡଳରେ ଆପେକ୍ଷିକ ଆର୍ଦ୍ରତା  ୪୫ ରୁ ୫୫ ପ୍ରତିଶତ ହ୍ରାସ ପାଇଥିବାରୁ ସେହି ଅନୁପାତରେ ତାପମାତ୍ରା ବୃଦ୍ଧି ପାଉଛି।BGUତେବେ ସେପ୍ଟେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତାପରେ ହୁଏତ ତାପମାତ୍ରା ସ୍ୱାଭାବିକ ହେବ। ଅଧିକନ୍ତୁ, ଦିନ ତାପମାତ୍ରା ବୃଦ୍ଧି ଯୋଗୁଁ  ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଡକ୍ଟର ସାହୁ ମତ ଦେଇଛନ୍ତି।

Comment