ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆରମ୍ଭ ହେଲାଣି ଅସହ୍ୟ ଖରା। ଆଗକୁ ଆହୁରି ତାପମାତ୍ରାରେ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏପ୍ରିଲ ୨୫ ତାରିଖ ଯାଏଁ ତାପମାତ୍ରା ବୃଦ୍ଧି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚେତାବନୀ ଜାରି କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି ଝାରସୁଗୁଡ଼ାରେ। ଏଠାରେ ତାପମାତ୍ରା ୪୩.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିରର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ର ୪୨.୦, ସମ୍ବଲପୁରର ୪୧.୯, ସୁନ୍ଦରଗଡ଼ର ୪୧.୮ ଓ ବୌଦ୍ଧର ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ ହୋଇଛି।
ଏପ୍ରିଲ ୨୧ ତାରିଖରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିରର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ଟିଟିଲାଗଡ଼ର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି।
ବରଗଡ଼, ସୋନପୁର ଓ ନୂଆପଡ଼ାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲାର ତାପମାତ୍ରା ୪୧ ଡିଗ୍ରୀ ଓ ଭବାନୀପାଟଣାର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରିଛି ପାଣିପାଗ କେନ୍ଦ୍ର। ତେବେ ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି।
ଏପ୍ରିଲ ୨୨ ତାରିଖରେ ଝାରସୁଗୁଡ଼ାର ତାପମାତ୍ରା ୪୫ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ବୌଦ୍ଧ, ବଲାଙ୍ଗିର ଓ ସୋନପୁରର ତାପମାତ୍ରା ୪୪ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର ତାପମାତ୍ରା ୪୩ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟ ସମସ୍ତ ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି।
ଏପ୍ରିଲ ୨୩ ତାରିଖରେ ତାପମାତ୍ରା ଆହୁରି ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ାର ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ରାଉରକେଲା, ସୋନପୁର, ବୌଦ୍ଧ, ବଲାଙ୍ଗିର, ଟିଟିଲାଗଡ଼ ଓ ନୂଆପଡ଼ାର ତାପମାତ୍ରା ୪୪ ଡିଗ୍ରୀ, ସୁନ୍ଦରଗଡ଼, ସମ୍ବଲପୁରର ତାପମାତ୍ରା ୪୩ ଡିଗ୍ରୀ, ବରଗଡ଼, ଭବାନୀପାଟଣାର ତାପମାତ୍ରା ୪୨ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ଅନ୍ୟ ସମସ୍ତ ଅଞ୍ଚଳର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏପ୍ରିଲ ୨୪ ତାରିଖରେ ଝାରସୁଗୁଡ଼ାର ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ସେହିପରି ବୌଦ୍ଧ ଓ ବଲାଙ୍ଗିର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ସୁନ୍ଦରଗଡ଼, ରାଉରକେଲା, ସୋନପୁର, ଟିଟିଲାଗଡ଼ ଓ ନୂଆପଡ଼ାର ତାପମାତ୍ରା ୪୪ ଡିଗ୍ରୀ, ସମ୍ବଲପୁର, ବରଗଡ଼ ତାପମାତ୍ରା ୪୩ ଡିଗ୍ରୀ ରହିବା ବୋଲି ଆକଳନ କରାଯାଇଛି।
ଏପ୍ରିଲ ୨୫ରେ ଝାରସୁଗୁଡ଼ା ଓ ବଲାଙ୍ଗିରର ତାପମାତ୍ରା ୪୫ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ସୁନ୍ଦରଗଡ଼, ବୌଦ୍ଧର ତାପମାତ୍ରା ୪୪ ଡିଗ୍ରୀ, ରାଉରକେଲା, ସମ୍ବଲପୁର, ବରଗଡ଼, ସୋନପୁର, ଟିଟିଲାଗଡ଼, ନୂଆପଡ଼ା ଓ ଭବାନୀପାଟଣାର ତାପମାତ୍ରା ୪୩ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ତେବେ ଅନ୍ୟ ସମସ୍ତ ଅଞ୍ଚଳର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Tags: #Weather #WeatherUpdates #Temperature #Odisha #Hit