ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ପୋଲିସକୁ ମିଳିଲା ବଡ଼ ସଫଳତା। ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଧରାପଡ଼ିଛନ୍ତି ଦୁଇ ବାବର ଖାଲସା ଆତଙ୍କବାଦୀ। ଗିରଫ ଦୁଇ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଉଭୟଙ୍କ ବିରୁଦ୍ଧରେ ଏକାଧିକ ଆତଙ୍କୀ ମାମଲା ରହିଥିବା ସହ ମୋଷ୍ଟ ଓ୍ଵାଣ୍ଟେଡ ମଧ୍ୟ ରହିଥିବା ସୂଚନା ମିଳିଛି।ସୋମବାର ଉତ୍ତର-ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟ ପରେ ଦୁଇ ଆତଙ୍କବାଦୀଙ୍କୁ କାବୁ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସ। ଉଭୟ ଆତଙ୍କବାଦୀ ବାବର ଖାଲସା ଆତଙ୍କୀ ଦଳର ବୋଲି ସୂଚନା ମିଳିଛି।BGUଗିରଫ ଦୁଇ ଆତଙ୍କବାଦୀଙ୍କ ନାଁ ହେଉଛି ଭୁପେନ୍ଦର ଆଲିଦାସ ଦିଲାବର ସିଂହ ଏବଂ କୁଲଓ୍ଵନ୍ତ ସିଂହ। ଉଭୟଙ୍କ ପାଖରୁ ୬ଟି ପିସ୍ତଲ ସହ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଏମାନେ ପଞ୍ଜାବର ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଲିଷ୍ଟରେ ରହିଥିଲେ। ତେଣୁ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ସେଲ୍ ପକ୍ଷରୁ ତାଙ୍କୁ ଖୋଜାଯାଉଥିଲା। କିଛି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଆଜି ସେମାନଙ୍କୁ ଧରିବାରେ ସଫଳ ହୋଇଛି।

LEAVE A REPLY

Please enter your comment!
Please enter your name here