ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ଓ ଆଇଡିଆ ଟେଲିକମ୍ କମ୍ପାନି ନିଜର ନାଁ’କୁ ବଦଳାଇଦେଇଛି। ଏବେ ଏହା VI  ନାମରେ ପରିଚିତ ହେବ। କମ୍ପାନି ପକ୍ଷରୁ ଏହାର ନୂଆ ଲଗୋ ମଧ୍ୟ ଉନ୍ମୋଚିତ କରାଯାଇଛି।

ଭୋଡାଫୋନ୍ ଓ ଆଇଡିଆ ଟେଲିକମ୍ କମ୍ପାନି ଏହାପୂର୍ବରୁ ଭାରତରେ ଏକାଠି ହୋଇ ନିଜର ସେବା ପ୍ରଦାନ କରୁଥିଲେ। ହେଲେ ଏହି ଦୁଇ କମ୍ପାନିଙ୍କର ନାଁ ଭୋଡାଫୋନ୍-ଆଇଡିଆ ରହିଥିଲା। ଏବେ ଏହି ଦୁଇ କମ୍ପାନିର ପ୍ରଥମ ଦୁଇ ଅକ୍ଷରକୁ ନେଇ ଏହାର ନୂଆ ନାମକରଣ ହୋଇଛି।କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଏବେ ଯେଉଁ ଗ୍ରାହକମାନେ ଭୋଡାଫୋନ୍ ଓ ଆଇଡିଆ ସିମ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ଏପରିକି ସେମାନେ ବ୍ୟବହାର କରୁଥିବା ପ୍ଲାନ୍ ଉପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ତେବେ ପ୍ଲେ –ଷ୍ଟୋରରେ ଏବେ My Vodafone ଆପ୍ ନୂଆ ନାଁ (VI) ନାମରେ ଉପଲବ୍ଧ ହେବ। ଏହା ଭିତରେ ଗ୍ରାହକମାନେ ସମସ୍ତ ରିଚାର୍ଜ ପ୍ଲାନଗୁଡ଼ିକ ବିଷୟରେ ଜାଣିପାରିବେ।BGU

Comment