ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ମାସ ଶେଷ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ଆଶା କରାଯାଉଛି। ଏଥିପାଇଁ ଅନ୍‌ଲକ୍-୪ ଗାଇଡ୍‌ଲାଇନ୍‌କୁ ଲୋକମାନଙ୍କୁ ମାନିବାକୁ ପଡ଼ିବ। ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ଲୋକମାନେ ନିୟମ ନମାନିଲେ ପଜିଟିଭ୍ ସଂଖ୍ୟା ବଢ଼ିବ। ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ଦେବା ଅବସରରେ ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୮୦ ପ୍ରତିଶତ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ସେମାନେ ଲକ୍ଷଣବିହୀନ ହୋଇଥିବାରୁ ହୋମ୍ ଆଇସୋଲେସନ୍‌କୁ ପ୍ରାଥମିକତା ଦିଆଯାଉଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ହୋମ୍ ଆଇସୋଲେସନ୍‌ରେ ଥିବା ରୋଗୀମାନେ କଲ୍‌ସେଣ୍ଟର ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଏଥିସହ ହୋମ୍‌ ଆଇସୋଲେସନ୍‌ରେ ଥିବା ରୋଗୀଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେଲେ କିମ୍ବା କୌଣସି ଜରୁରୀକାଳୀନ ସ୍ଥିତି ଉପୁଜିଲେ ତାଙ୍କୁ ହସ୍ପିଟାଲ ନେବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।BGUତେବେ ଭୁବନେଶ୍ଵର ଓ କଟକରେ ପଜିଟିଭ୍ ସଂଖ୍ୟା ଅଧିକ ଥିବାରୁ ଏହି ଦୁଇଟି ସ୍ଥାନରେ ବିଶେଷ ଭାବରେ ହୋମ୍‌ ଆଇସୋଲେସନ୍‌କୁ ଗୁରୁତ୍ଵ ଦିଆଯାଉଛି। ଏଥିସହ ଅଧିକ ସଂଖ୍ୟକ ଆମ୍ବୁଲାନ୍ସ, ଆଇସିୟୁ ବେଡ୍ ଓ ରାପିଡ୍ ଫୋର୍ସର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।

Comment