ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦିନକରେ ୩,୯୯୧ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୨,୩୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୬୭୬ ଜଣ ଚିହ୍ନଟ
  • ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ସଙ୍ଗୀନ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩,୯୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୨,୩୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୬୭୬ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୬୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୯୨ ଜଣ, ପୁରୀରୁ ୩୩୨ ଜଣ, ବଲାଙ୍ଗିରରୁ ୧୮୦ ଜଣ, ବରଗଡ଼ରୁ ୧୬୯ ଜଣ, ମୟୂରଭଞ୍ଜରୁ ୧୬୦ ଜଣ, କେନ୍ଦ୍ରାପଡ଼ାରୁ ୧୪୭ ଜଣ, ଯାଜପୁରରୁ ୧୪୮ ଜଣ, କୋରାପୁଟରୁ ୧୨୭ ଜଣ, ନବରଙ୍ଗପୁରରୁ ୧୨୫ ଜଣ, ଅନୁଗୁଳରୁ ୧୧୪ ଜଣ, ସମ୍ବଲପୁରରୁ ୧୦୪ ଜଣ, ଜଗତସିଂହପୁରରୁ ୧୦୯ ଜଣ ଓ ଢେଙ୍କାନାଳରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୦୫,୨୯୫ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୧୮୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।BGU

Comment