ଓଡ଼ିଶାଲାଇଭ୍ ବ୍ୟରୋ

home isolation-2

କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଜାଣନ୍ତୁ, କେତେ ଦିନ ରହିବେ ହୋମ୍ ଆଇସୋଲେସନରେ

କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଜଣେ ସଂକ୍ରମିତ ବ୍ୟକ୍ତି କିଭଳି ଭାବେ ହୋମ୍ ଆଇସୋଲେସନରେ ରହିବେ ସେନେଇ ନିୟମ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିସନରମାନଙ୍କୁ ଅବଗତ କରାଇଛନ୍ତି।

ହୋମ୍ ଆଇସୋଲେସନରେ କେତେ ଦିନ ରହିବେ?

ସ୍ୱାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ, ଜଣେ ଲକ୍ଷଣହୀନ କୋଭିଡ୍ ରୋଗୀ ୧୦ ଦିନ ପାଇଁ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ। ଏହି ହୋମ୍ ଆଇସୋଲେସନ ଅବଧି ସେ ସ୍ୱାବ ଦେଇଥିବା ଦିନଠାରୁ ଆରମ୍ଭ ହୋଇ ୧୦ ପର୍ଯ୍ୟନ୍ତ ହେବ ବୋଲି ନିୟମ ଧାର୍ଯ୍ୟ ହୋଇଛି।

ସେହିପରି ଜଣେ ଲକ୍ଷଣଯୁକ୍ତ କୋଭିଡ୍ ରୋଗୀ ମଧ୍ୟ ୧୦ ଦିନ ପାଇଁ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ। ତାଙ୍କର ଏହି ହୋମ୍ ଆଇସୋଲେସନ ଅବଧି ତାଙ୍କର ଲକ୍ଷଣ ପ୍ରକାଶ ପାଇବା ଦିନଠାରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

 

ହୋମ୍ ଆଇସୋଲେସନ୍ କେବେ ସାରିବେ?

୧୦ ଦିନର ହୋମ୍ ଆଇସୋଲସନ ପରେ ଯଦି ଆଗାମୀ ୩ ଦିନ ପର୍ଯ୍ୟନ୍ତ ରୋଗୀଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ କିମ୍ବା ଜ୍ୱର ଦେଖାଯାଏନି ତେବେ ସେ ହୋମ୍ ଆଇସୋଲେସନ ଶେଷ କରିପାରିବେ। ହୋମ୍ ଆଇସୋଲେସନ ଶେଷ କରିବା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ  ଆଗାମୀ ୭ ଦିନ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯିବ। ଏହାପରେ ଯାଇ ବ୍ୟକ୍ତି ଜଣକ ନିଜ ପ୍ରତିଦିନର କାମକୁ ଫେରିପାରିବେ।

ସେହିପରି ଲକ୍ଷଣ ହୀନ ରୋଗୀମାନେ ହୋମ୍ ଆଇସୋଲେସନ ଶେଷ କରିବା ପରେ ଆଉ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ  ଦିଆଯାଇଛି।

Comment