ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସୁଦ୍ଧା ଓଡ଼ିଶାରେ କରୋନା ଲଢେଇରେ ସାମିଲ ଥିବା ୫୫ ଜଣ ବ୍ୟକ୍ତି ଜୀବନ ଦେଇ ସାରିଲେଣି। ଏହି କରୋନା ଯୋଦ୍ଧାଙ୍କ ଭିତରେ ଅଛନ୍ତି ୧୧ ଜଣ ଡାକ୍ତର।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଗତ ୫ ମାସ ମଧ୍ୟରେ ୬୩୨୯ ଜଣ ଫ୍ରଣ୍ଟଲାଇନ କର୍ମଚାରୀ ନିଜ କର୍ତ୍ତବ୍ୟ ସମ୍ପାଦନ କରୁ କରୁ ଏଥିରେ ଆକ୍ରାନ୍ତ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ଡାକ୍ତର, ପାରା ମେଡ଼ିକାଲ କର୍ମଚାରୀ,ଶିକ୍ଷକ,ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ପୋଲିସ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ। ଏମାନଙ୍କ ମଧ୍ୟରୁ ୧୯୨୪ ଜଣ ଚିକିତ୍ସିତ ହେଉଥିବା ବେଳେ ୪୩୫୧ ଜଣ ସୁସ୍ଥ ହୋଇଛନ୍ତି। କେବଳ ଭୁବନେଶ୍ୱରରେ ୧୨୦୦ ଯୋଦ୍ଧା ପଜିଟିିଭ ବାହାରିଛନ୍ତି।

ଏଗାର ଜଣ ଡାକ୍ତରଙ୍କ ବ୍ୟତୀତ ଏଗାର ଜଣ ସ୍କୁଲ ଶିକ୍ଷକ ବି କରୋନା ପାଇଁ କାମ କରିବା ଭିତରେ ଜୀବନ ହରାଇଛନ୍ତି। ସବୁଠାରୁ ଉଦ୍ବେଗର ବିଷୟ ହେଲା ଯେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ସଂଖ୍ୟା ଗତ ଏକ ମାସ ମଧ୍ୟରେ ଖୁବ ବଢ଼ିଛି।

Comment