ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି କରୋନା ଆକ୍ରାନ୍ତ। ଶନିବାର ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ପରିବାର ସଦସ୍ୟଙ୍କ ତରଫରୁ ସୂଚନା ମିଳିଛି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇ ସରକାରୀ ସ୍ତରରେ ଚିକିତ୍ସା କରାଇବାକୁ ପରିବାର ସଦସ୍ୟ ନିବେଦନ କରିଛନ୍ତି।

‘ବଡ଼ଭାଇ’ ନାମରେ ସାରା ରାଜ୍ୟରେ ଅତି ପରିଚିତ ଶ୍ରୀ ମହାନ୍ତି ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ। ଛାତିରେ କଫ ଜମାଟ ବାନ୍ଧିଥିବାରୁ ତାଙ୍କର ଶ୍ୱାସପ୍ରକ୍ରିୟାରେ ସମସ୍ୟା ଦେଖାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଘରୋଇ ଲାବ୍ରୋଟୋରୀରେ ସେ କରୋନା ପରୀକ୍ଷା କରାଇଥିଲେ। ବର୍ତ୍ତମାନ ତାଙ୍କୁ ୯୦ବର୍ଷ ହୋଇଥିବାରୁ ତାଙ୍କର ଶ୍ୱାସକ୍ରୀୟା ସମସ୍ୟା ଜଟିଳ ରହିଛି।BGUସାହିତ୍ୟ ରଚନା ଦିଗରେ ନଦିଆ ବିହାରୀ ମହାନ୍ତିଙ୍କର ଦୃଷ୍ଟିଭଙ୍ଗୀ ବେଶ୍ ନିଆରା ଓ ସ୍ୱତନ୍ତ୍ର। ବିଶେଷ କରି ଶିଶୁ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଢେର୍ ଅଧିକ। ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here