ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଦେଖାଯାଇଥିବା ଡ୍ରଗ୍ସ କାରବାର ଘଟଣା ଏବେ ସଂସଦ ଭବନରେ ପହଞ୍ଚିଛି। ଆଜି ଲୋକସଭାର ମୌସୁମୀ ଅଧିବେଶନରେ ଏନେଇ କଥା ଉଠାଇଛନ୍ତି ବିଜେପି ସାଂସଦ ରବି କଷାନ।

ଲୋକସଭାର ଶୂନ୍ୟକାଳରେ ରବି କିଷାନ କହିଛନ୍ତି ଯେ, ଭାରତରେ ଡ୍ରଗ୍ସ କାରବାର ଏବେ ବଢ଼ିଚାଲିଛି। ଚୀନ୍ ଓ ପାକିସ୍ଥାନରୁ ଡ୍ରଗ୍ସ ଏବେ ଭାରତକୁ ଚାଲାଣ ହେଉଛି। ଯେଉଁଥିପାଇଁ ଦେଶର ଯୁବଗୋଷ୍ଠୀ ବିପଦ ମୁହଁକୁ ଠେଲି ହୋଇଯାଉଛନ୍ତି। ତେଣୁ ଏନେଇ କେନ୍ଦ୍ର ସରକାର ଏକ ବଡ଼ ଧରଣର ଯାଞ୍ଚ କରିବାକୁ ସେ ଅନୁରୋଧ କରିଛନ୍ତି।ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମ ଦୁନିଆ ମଧ୍ୟ ଏହା କବଳରେ ପଡ଼ିସାରିଛି। ଏନସିବି ଏହି ଘଟଣାରେ ଅନେକଙ୍କୁ ଗିରଫ କରିଥିଲେ ମଧ୍ୟ ଏହି ଘଟଣାର ଆହୁରି ଅଧିକ ତଦନ୍ତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରର ତଦନ୍ତ କରିବା ସମୟରେ କ୍ରାଇମବ୍ରାଞ୍ଚକୁ ଏଥିରେ ଡ୍ରଗ୍ସ କାରବାର ଲିଙ୍କ୍ ମିଳିଥିଲା। ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହି ମାମଲାର ତଦନ୍ତ କରିବା ଆରମ୍ଭ କରିଦେଇଥିଲା। ଯେଉଁଥିରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି।

Comment