ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସହିତ କର୍ତ୍ତବ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ସଙ୍କଟ ସମୟରେ ସମସ୍ତଙ୍କୁ ନିଜର କର୍ତ୍ତବ୍ୟ କରିବାକୁ ପଡ଼ିବ। ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ ଆଜି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
‘‘ଯେଉଁ ପର୍ଯ୍ୟନ୍ତ ଔଷଧ ବାହାରିନି, ସେ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପଡ଼ିବ। କରୋନା ମୁକାବିଲାରେ କୌଣସି ଢିଲା ମରାଯିବନି। ଏହି ସମସ୍ୟାରୁ ଦେଶବାସୀଙ୍କୁ ମକୁଳାଇବାରେ ଆମ ବୈଜ୍ଞାନିକ ନିଶ୍ଚୟ ସଫଳ ହେବେ’’, କହିଛନ୍ତି ମୋଦୀ।
ସେହିପରି ଏଥର ଅଧିବେଶନରେ ଏଲଏସିରେ ଯବାନଙ୍କ ଭୂମିକାକୁ ନେଇ ଆଲୋଚନା ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କହିଛନ୍ତି ମୋଦୀ।
ସୀମାରେ ସେନାର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ, ଦେଶ ଚୀନ୍ ସହ ଛିଡା ହୋଇ ରହିଥିବାରୁ ସମଗ୍ର ଦେଶ ସେମାନଙ୍କ ପଛରେ ଅଛି।

















