ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ ଚୀନର ଏକ ଲ୍ୟାବରୁ ଆସିଥିବା ଚର୍ଚ୍ଚା ହେଉଥିଲା। ଚୀନର ଭୁଲ ଯୋଗୁଁ ଏମିତି ସାରାବିଶ୍ୱରେ ଏମିତି ଏକ ମହାମାରୀ ଆସିଲା ବୋଲି ଅନେକ ଦେଶ ଦାବି କରିଥିଲେ। ତେବେ ଏପର୍ଯ୍ୟନ୍ତ ଲ୍ୟାବରୁ ଭାଇରସ ଆସିଥିବାର କୌଣସି ପ୍ରମାଣ ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ବିପଜ୍ଜନକ ଲ୍ୟାବ ବିଷୟରେ କହିବୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ଏକ ରିପୋର୍ଟ ଅନୁସାରେ ୧୯୩୦ ରୁ ୧୯୪୫ ପର୍ଯ୍ୟନ୍ତ ଚାଇନାର ପିଙ୍ଗଫାଙ୍ଗ ଜିଲ୍ଲାରେ ଲାବୋରେଟୋରୀ ଥିଲା। ଏହି ଲ୍ୟାବ୍ର ନାମ ଥିଲା ‘ୟୁନିଟ୍ ୭୩୧’। ଏହାକୁ ଜାପାନ ସେନା ନିର୍ମାଣ କରିଥିଲେ। ‘ୟୁନିଟ୍ ୭୩୧’ ଲ୍ୟାବରେ ଅନେକ ପରୀକ୍ଷଣ କରାଯାଇଥିଲା।
ୟୁନିଟ୍ ୭୩୧ ଲ୍ୟାବର ‘ମାରୁଟା’ ନାମକ ଏକ ଶାଖା ଥିଲା। ଏଠାରେ ଜୀବନ୍ତ ମଣିଷଙ୍କ ଭିତରେ ମାରାତ୍ମକ ଭାଇରସ ଛାଡ଼ି ଦିଆଯାଉଥିଲା। ଭାଇରସର ଶରୀରରେ କି ପ୍ରଭାବ ପକାଉଛି ଦେଖିବା ପାଇଁ ଏଠାକାର ବୈଜ୍ଞାନିକ ଜୀବନ୍ତ ମଣିଷର ଶରୀରକୁ ଚିରି ଦେଉଥିଲେ।
କୁହାଯାଏ ଥରେ ଜଣେ ବ୍ୟକ୍ତି ସେଠାରୁ ଲୁଚି ପଳି ଆସିଥିଲେ। କିନ୍ତୁ ପରେ ତାଙ୍କୁ ଧରି ଜୀବନ୍ତ ପୋଡ଼ି ଦିଆଗଲା।


















