ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଶୀର୍ଷ ଦୁଇ ସ୍ଥାନ ବଜାୟ ରଖିଛନ୍ତି ଦୁଇ ଭାରତୀୟ କ୍ରିକେଟର। ସଦ୍ୟ ପ୍ରକାଶିତ ଏହି ତାଲିକାରେ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ଥିବାବେଳେ ଉପ ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

କୋହଲି ସର୍ବାଧିକ ୮୭୧ ପଏଣ୍ଟ ସହ ପ୍ରଥମ ଓ ରୋହିତ ଶର୍ମା ୮୫୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗତ କିଛି ମାସ ହେଲା କ୍ରିକେଟ୍ ଖେଳିନଥିଲେ ମଧ୍ୟ ଦୁଇ ଖେଳାଳିଙ୍କ ରାଙ୍କିଙ୍ଗ୍ ଉପରେ ଏହାର ପ୍ରଭାବ ପଡ଼ିନାହିଁ।ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ବେୟୋରେଷ୍ଟଙ୍କୁ ଶୀର୍ଷ ୧୦ରେ ସ୍ଥାନ ମିଳିଛି। ଏଥିସହ ବାବର ଆଜମ ତୃତୀୟ, ରସ ଟେଲର ଚତୁର୍ଥ, ଡୁ ପ୍ଲେସିସି ପଞ୍ଚମ, କେନ୍ ୱିଲିମସନ ଷଷ୍ଠ, ଆରୋନ୍ ଫିଞ୍ଚ୍ ସପ୍ତମ, ଡେଭିଡ୍ ୱାର୍ନର ଅଷ୍ଟମ ଓ କ୍ୱିଣ୍ଟନ ଡି’ କକ୍ ନବମ ସ୍ଥାନରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here