ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ ଇତିହାସରେ ଯୋଡ଼ି ହେଲା ନୂଆ ରେକର୍ଡ। ଟିଭି ଓ ମୋବାଇଲରେ ୨୦ କୋଟି ଦର୍ଶକ ଦେଖିଲେ ଆଇପିଏଲର ପ୍ରଥମ ମ୍ୟାଚ୍। ବିସିସିଆଇ ସମ୍ପାଦକ ଜୟ ଶାହ ଟୁଇଟ୍ କରି ଏଭଳି ସୂଚନା ଦେଇଛନ୍ତି।
ଚଳିତ ବର୍ଷ କରୋନା କଟକଣା ପାଇଁ ଭାରତ ବଦଳରେ ୟୁଏଇରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ମହାମାରୀର ଭୟ କାରଣରୁ ଦର୍ଶକମାନଙ୍କୁ ମଧ୍ୟ ଷ୍ଟାଡିୟମ ଭିତରେ ପ୍ରବେଶ ମନା ହୋଇଛି। କେବଳ ଟିଭି ଓ ମୋବାଇଲ ପରଦାରେ ଦର୍ଶକମାନେ ଆଇପିଏଲ ମ୍ୟାଚ୍ ଉପଭୋଗ କରୁଛନ୍ତି। ଯାହା ଫଳରେ ଏତେ ସଂଖ୍ୟାରେ ଦର୍ଶକ ଟିଭି ଓ ମୋବାଇଲ୍ ପରଦାରେ ଆଇପିଏଲ ଉପଭୋଗ କରିଛନ୍ତି।
ସେପ୍ଟେମ୍ବର ୧୯ ତାରିଖରେ ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ପୂର୍ବଥରର ଚାମ୍ପିୟନ ମୁମ୍ବାଇକୁ ମାତ୍ ଦେଇଥିଲା ଧୋନୀ ବାହିନୀ ଚେନ୍ନାଇ ସୁପରକିଙ୍ଗସ୍। ଆଇପିଏଲ ମ୍ୟାଚର ପ୍ରସାରଣ ଦାୟିତ୍ୱ ଷ୍ଟାର ସ୍ପୋର୍ଟସ ହାତରେ ରହିଛି। ଷ୍ଟାର ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଏହା ପ୍ରସାରିତ ହେବା ସହିତ ମୋବାଇଲରେ ଡିଜନି ପ୍ଲସ ହଟଷ୍ଟାର ଭିଆଇପି ପ୍ୟାକରେ ଲୋକମାନେ ଆଇପିଏଲ୍ ମ୍ୟାଚ୍ ଦେଖୁଛନ୍ତି।



















